ଯେତେବେଳେ ତୁମେ ପୃଥିବୀର ଅନେକ ମୁଖ୍ୟ ଧର୍ମମାନଙ୍କୁ ଦେଖିବ ସେମାନଙ୍କର କେତେକ ପ୍ରକାର ଶୁଚୀ କ୍ରିୟାପଦ୍ଧତି ରହିଛି ତାହା ଦୈନନ୍ଦିନ ଜୀବନ ଘଟଣା ସହିତ ଜଡ଼ିତ ସେସବୁ ହେଲା ଶିଶୁ ଜନ୍ମ ଓ ମୃତ୍ୟୁ । ମନୁଷ୍ୟ ଅନୁଭୂତିର ଦୈନନ୍ଦିନ କ୍ରିୟା ଓ ଋତୁସ୍ରାବ, ପେଟଫମ୍ପା, ଶୋଇବା, ଯୌନ ସମ୍ପର୍କ, ଅଚେତାବସ୍ଥା, ରକ୍ତସ୍ରାବ, ବୀର୍ଯ୍ୟ, ବାନ୍ତି ଏବଂ ରୋଗ ଇତ୍ୟାଦି ।
ଶୁଚୀକରଣ କ୍ରିୟା ମଧ୍ୟରୁ କେତେକ ସ୍ନାନକୁ ମଧ୍ୟ ମିଶ୍ରିତ କରିଥାଏ ଯେମିତି ବାହାଇ ବିଶ୍ୱାସରେ ପାଳନ କରାଯାଇଥାଏ ପୁଣି କେତେକ ଚାହାନ୍ତି କି ସେମାନଙ୍କ ସଂପୂର୍ଣ୍ଣ ଶରୀର ପୂର୍ଣ୍ଣ ଜଳ ମଗ୍ନ ହେଉ ।
ଯିହୁଦୀମାନଙ୍କ ନିମନ୍ତେ ଏହି ଧର୍ମକର୍ମ ଯେମିତି ହସ୍ତ ପ୍ରକ୍ଷଳନ ଓ ମିକ୍ଭା, ପୁଣି ମୁସଲିମ୍ ମାନଙ୍କର ଘୋସଲ ଏବଂ ୱଡୁ ରହିଛି । ହିନ୍ଦୁମାନେ ପବିତ୍ର ନଦୀ ଗଙ୍ଗାରେ ସ୍ନାନ କରନ୍ତି ଏବଂ ଉତ୍ତମ ମନ ଓ ପୁଣ୍ୟ ବାଣୀର ପାଳନ କରନ୍ତି । ଶିଣ୍ଟୋଇଷ୍ଟମାନଙ୍କର ମିସୋଗି ଏବଂ ଭାରତୀୟ ଆମେରିକୀୟମାନଙ୍କର ଶ୍ରମସାଧ୍ୟ ଅସ୍ଥାୟୀ ଗୃହ ରହିଛି ।
ଯେମିତି ଏହି ଧର୍ମମାନଙ୍କର ପୃଥିବୀ ମତରେ ବିଭିନ୍ନତାର ବିଶାଳ ପ୍ରଦର୍ଶନ ରହିଛି ସେମିତି ଜଳ ରୂପରେ ସମ୍ମିଳିତ ସମାନତା ଓ ପରିଚୟତା ରହିଛି ଯାହା ସେମାନଙ୍କ ନିମନ୍ତେ ତାହା ପ୍ରକୃତ ଚେତନା ଅଟେ ଯେଉଁଥିରେ ଜଣେ ବ୍ୟକ୍ତି ଇଚ୍ଛାକୃତ ଭାବେ ସେମାନଙ୍କର ଅଶୁଚୀତାକୁ ସହଜରେ ସଚେତନାର ସହ ଚିହ୍ନେ କି ସେମାନେ ମୁଖ୍ୟ ମାର୍ଗରେ କଳୁଷିତ ହୋଇଛନ୍ତି ଏଣୁ ଶୁଚୀକରଣର ଆବଶ୍ୟକତା ରହିଛି । ଏଣୁ ଏହି କାର୍ଯ୍ୟକୁ ପ୍ରତୀକ କରି ବିଶ୍ୱ ସ୍ୱଚ୍ଛଳ ସହ ପବିତ୍ରକରଣର ଏକ ଏଜେଣ୍ଟ ସଦୃଶ୍ୟ ବ୍ୟବହୃତ ହୁଏ ।
ଏହି ସ୍ୱୟଂ ସଚେତନା ଯେମିତି କେତେକ ଧର୍ମର ବ୍ୟାକ୍ୟାଂଶରେ ମିଳିଥାଏ ତାହା ଏକ ଉତ୍କୃଷ୍ଟ ବାସ୍ତବତାର ମନୋଯୋଗୀ ଜ୍ଞାନ ପ୍ରତି ଆଚରଣୀୟ ମନୋଭାବ ହୁଏ । ଏକ ପୁରାତନ ପ୍ରବଚନ ଅନୁସାରେ ଶୁଚୀକରଣ ପବିତ୍ରତାର ନିକଟବର୍ତ୍ତୀ । କହିବାକୁ ଗଲେ ଏହି ଶାରୀରିକତା କିମ୍ବା ବସ୍ତୁବାଦ ସହିତ ଏହାର ସହସମ୍ବନ୍ଧ ରହିଛି ଯେମିତି ଏକ ଫଳପ୍ରଦ ଏଜେଣ୍ଟ ସାଦୃଶ୍ୟ, ଦୈବିୟ ଅନାଦର ଏବଂ ଅସନ୍ତୁଷ୍ଟି ସହ କିମ୍ବା ଜଣକୁ ଉପଯୁକ୍ତ ଭାବେ ଜୀବାଣୁଶୂନ୍ୟ କରିବା ।
ତେଣୁ କୁହାଯାଏ ଦୈବୀୟଗୁଣ ବିପରୀତ ଘଳ ଦେଉଥିବାରୁ ପ୍ରମାଣିତ କରେ ଯେମିତି ତାହା ନିରନ୍ତର ସେହି କାର୍ଯ୍ୟକୁ ପୁନରାବୃତ୍ତି କରିବାକୁ ଆବଶ୍ୟକ କରେ, ବାରମ୍ବାର ଧୌତର ଚକ୍ରରେ ଅବିରତ, ଯାହା ଅନ୍ତର୍ଦୃଷ୍ଟି ଦ୍ୱାରା ଏକ ପୂର୍ଣ୍ଣ ଜ୍ଞାନର ଅଭାବ ସଦୃଶ ଦେଖାଯାଏ କିମ୍ବା ସହ୍ୟ ଯୋଗ ଶୁଚୀକୁ ଯଥେଷ୍ଟ ଫଳାଫଳ । ପବିତ୍ରକରଣ ଓ ପବିତ୍ରତା ନିମନ୍ତେ ଆବଶ୍ୟକତା ପ୍ରତି ପ୍ରତିକ୍ରିୟା ଶ୍ରେଷ୍ଠତାର ଏକ ସାମଗ୍ରୀକୁ ସୃଷ୍ଟି କରିବାରେ ବିଫଳ ହେଲା ପରି ଲାଗେ ଯେମିତି ସେମାନେ କ୍ଷଣସ୍ଥାୟୀ, ଯେମିତି ସମୟର ବାରମ୍ବାର ପୁନଃଧୌତ କରୁଛନ୍ତି ସେମିତି ସେମାନେ ସେମାନଙ୍କର ବାରମ୍ବାର ଅନୈତିକତାରେ ଓ ଅଶୁଦ୍ଧତାରେ ମଣିଷ ରୂପେ ଅନୁବର୍ତ୍ତୀ । ଏହା ଏପରି ଦେଖାଯାଏ ଯେ ସଂପୂର୍ଣ୍ଣ ଶୁଚୀ ହେବା ନିମନ୍ତେ ବାରମ୍ବାର ଆବଶ୍ୟକ ପଡ଼େ । ସଂପୂର୍ଣ୍ଣ ଜ୍ଞାନରେ ଏହା ପୂର୍ଣ୍ଣ ଦୂରୀକୃତ ହେବ ନାହିଁ ଯେମିତି ଅଶୁଚୀ ହେତୁ ସେମାନଙ୍କର କେତେକ ଭାବ ଛାଡ଼ିଥାନ୍ତି ଏବଂ ଜଣକର ଆବଶ୍ୟକ ଲୋଡ଼ନ୍ତି ଯିଏ ଅପହଞ୍ଚ ଅଂଶରେ ପହଞ୍ଚିବାରେ ସକ୍ଷମ ହୋଇପାରେ ସେମାନଙ୍କ ନିଜ ପରିଚୟରେ ସେମାନଙ୍କର ମନୁଷ୍ୟ ହୃଦୟର ଅପବିତ୍ରତାକୁ ଦୂର କରି ।
ଯାହାବି ହେଉ ସଫାସୁତୁରାର କେତେକ ପ୍ରାୟୋଗିକ ଲାଭ ରହିଛି ଯେମିତି ଗାଧୋଇବା, ଧୋଇବା କିନ୍ତୁ ସିଧାସଳଖ ଜଣେ ବ୍ୟକ୍ତିର ଅନ୍ତ ଓ ବାହ୍ୟ ସତ୍ୟତା ମଧ୍ୟରେ ଜଡ଼ିତ ହେବାକୁ ଏହି ବାହ୍ୟ ଚର୍ମ ଚିକିତ୍ସାର ଅଭ୍ୟସ୍ତ ଢଙ୍ଗ ଯାହା ସଚ୍ଚୋଟ ଏବଂ ବାହ୍ୟ ରୂପେ ଏକ ଜ୍ଞାନ ଆକାରରେ ପ୍ରକାଶ ହୁଏ । ତଥାପି ଅଗ୍ରଭାଗକୁ ବାଦ୍ ଦେଲେ ଭେଦ କରିପାରିବ ନାହିଁ ଯେମିତି ଶାରୀରିକ ରାଜ୍ୟକୁ ତାହାର ଭୌତିକ ଏବଂ ଅନୈତିକ ଆତ୍ମାରେ ଯୋଡ଼ାଯାଏ । ଜଣେ ବ୍ୟକ୍ତିର ଆତ୍ମିକତା ପ୍ରତି ଅବଦାନ ହୁଏ ।
ରାବ୍ବୀ ଯଶୁଆ ଏହି ବିଷୟ ପ୍ରତି ତାହାଙ୍କ ସହ ଯିହୁଦୀମାନଙ୍କୁ ଏହି ପ୍ରକାରେ କହିଲେ
ମାଥିଉ ୧୫:୧-୨,୧୧,୧୭-୨୦
୧ ସେହି ସମୟରେ ଯିରୁଶାଲରୁ ଫାରୁଶୀ ଓ ଶାସ୍ତ୍ରୀମାନେ ଯୀଶୁଙ୍କ ନିକଟକୁ ଆସି କହିଲେ । ୨ ଆପଣଙ୍କର ଶିଷ୍ୟମାନେ କାହିଁକି ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଲଙ୍ଘନ କରନ୍ତି ? କାରଣ ଭୋଜନ କରିବା ସମୟରେ ସେମାନେ ହସ୍ତ ପ୍ରକ୍ଷାଳନ କରନ୍ତି ନାହିଁ ।
୧୧ ମୁଖରେ ଯାହା ପ୍ରବେଶ କରେ, ତାହା ଯେ ମନୁଷ୍ୟକୁ ଅଶୁଚି କରେ, ଏପରି ନୁହେଁ, କିନ୍ତୁ ମୁଖରୁ ଯାହା ବାହାରେ ତାହା ହିଁ ମନୁଷ୍ୟକୁ ଅଶୁଚି କରେ ।
୧୭ ଯାହା କିଛି ମୁଖରେ ପ୍ରବେଶ କରେ, ତାହା ଉଦରକୁ ଯାଇ ବାହ୍ୟ ସ୍ଥାନରେ ଯେ ନିକ୍ଷିପ୍ତ ହୁଏ, ଏହା କଅଣ ବୁଝୁ ନାହିଁ ? ୧୮ କିନ୍ତୁ ମୁଖରୁ ଯାହା ସବୁ ନିର୍ଗତ ହୁଏ, ତାହା ହୃଦୟରୁ ବାହାରେ ଓ ତାହା ହିଁ ମନୁଷ୍ୟକୁ ଅଶୁଚି କରେ । ୧୯ କାରଣ ହୃଦୟରୁ କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ବେଶ୍ୟଗମନ, ଚୌର୍ଯ୍ୟ, ମିଥ୍ୟାସାକ୍ଷ୍ୟ ଓ ନିନ୍ଦା ବାହାରେ । ୨୦ ଏହି ସମସ୍ତ ହିଁ ମନୁଷ୍ୟକୁ ଅଶୁଚି କରେ କିନ୍ତୁ ଅଧୌତ ହସ୍ତରେ ଭୋଜନ କରିବା ମନୁଷ୍ୟକୁ ଅଶୁଚି କରେ ନାହିଁ ।
ମନୁଷ୍ୟ ଅସନା ବିଷୟଗୁଡ଼ିକ ବ୍ୟତୀତ ଏହାର ଅନ୍ୟ ଦିଗଟି ହୁଏତ ମନୁଷ୍ୟର ନୈତିକ ଅସଫଳତାରୁ ଜାତ ଦୋଷ ଓ ଲଜ୍ଜାର ଅଶୁଦ୍ଧତାକୁ ପୋଛି ଦେବା ନିମନ୍ତେ ନିଗୁଢ଼ ଅନୁଭବର ସେହି ଗୁରୁତ୍ୱପୂର୍ଣ୍ଣ ବିଚାରଶକ୍ତି ଓ ହୃଦୟଙ୍ଗମ କରିବା ବିଷୟ ପ୍ରତି ପ୍ରଯୁଜ୍ୟ ଅଟେ । ଏହା ସେକ୍ସପିୟରଙ୍କ ଏକ ନାଟକ ସଂଳାପକୁ ସ୍ମରଣ କରାଇ ଦିଏ, ଯେଉଁଥିରେ ଲେଡି ମ୍ୟାକ୍ବେଥ୍ ରାଜା ଡନ୍କାନ୍ଙ୍କ ମୃତ୍ୟୁରେ ତାଙ୍କର ଭୂମିକା ବିଷୟରେ ଉଚ୍ଚ ସ୍ୱରରେ କହନ୍ତି, “ ବାହାରି ଯା, ଅସନା ଦାଗ” । ହତ୍ୟା ଜନିତ ପାପର କଳୁଷତାକୁ ପୋଛି ଦେବାର ଆବଶ୍ୟକତା ବିଷୟରେ ସେ ଏପରି କହିଥିଲେ ।
କେତେକ ବିଷୟରେ ଏହି ଧର୍ମକର୍ମକୁ ପାଳନ କରିବା ଦ୍ୱାରା, ସେମାନଙ୍କ କାର୍ଯ୍ୟ ଦେଇ ଖୋଲା ସ୍ୱୀକାର କରିବା ଦ୍ୱାରା ଏହା ଅପ୍ରତ୍ୟକ୍ଷ ମାର୍ଗ ହୋଇ ଯାଏ ସେମାନଙ୍କର ଅନୈତିକତାର କର୍ମକୁ ଚିହ୍ନି ଓ ସେଇଥିପାଇଁ ଧୋଇବା ସେମାନଙ୍କ ମାନବ ସକ୍ଷମର ପ୍ରତିତ୍ତୋର ଅନୁଯାୟୀ ଏକ ମାର୍ଗ ହୋଇଗଲା ଏବଂ ସ୍ୱଂ ପ୍ରୟାସ ପ୍ରାୟତଃ ଗୋପନୀୟ ଭାବେ କାର୍ଯ୍ୟକୁ କରେ, ସେମାନଙ୍କ ନୈତିକ ବିଫଳତା ସହ ପର୍ଯ୍ୟାପ୍ତ କାର୍ଯ୍ୟ କରେ, ଶୁଚି କରିବାକୁ ବାଧ୍ୟ କରି ବାହାର କରେ। ମୁଁ ବିଶ୍ୱାସ କରେ ସେମାନଙ୍କ ସଚେତନ, ଇଚ୍ଛା, ଧର୍ମପରାୟଣତା ଓ ଆଗ୍ରହର ଉଦାସୀନ କାର୍ଯ୍ୟକାରିତା ପ୍ରମାଣକୁ ବିଫଳ କରିବ ଏହି ଧର୍ମ କର୍ମକୁ ସାଧନ କରିବାରେ, ମୀମାଂସା ବା ଅନୁମୋଦନର ପର୍ଯ୍ୟାପ୍ତ ଅର୍ଥ ସଦୃଶ୍ୟ ଏହା ମଣିଷ ପରିସ୍ଥିତିର ସୀମିତ ଓ ନିର୍ଭରଶୀଳ ସାମର୍ଥ ଦେଇ କାର୍ଯ୍ୟ କରେ, ଯେମିତି କେତେକ ଅନୁତପ୍ତ କାର୍ଯ୍ୟକୁ ସମତୁଲ କରିବାକୁ ଥଣ୍ଡା କରିବାକୁ ପଡ଼ିଥାଏ । ଏହି ପଦ୍ଧତି ବିଦ୍ୟା ଦ୍ୱାରା ଦୟା ଓ ସ୍ୱୀକୃତି ପ୍ରାପ୍ତ କରେ। ଯଦିବା ଏହି ସମସ୍ତ ସମ୍ଭବ ଅଟେ ତେବେ କେବେ ଏହା ଯଥେଷ୍ଟ ମାତ୍ରାରେ ସେମାନଙ୍କ କାର୍ଯ୍ୟରୁ ଦୋଷ ମୁକ୍ତ ହେବେ ଏବଂ କେତେକ ମାତ୍ରାର ଘର୍ଷଣ ଯେ ସେମାନଙ୍କର ଦାଗକୁ ସଂପୂର୍ଣ୍ଣ ଭାବେ ଧ୍ୱଂସ କରିବ ତାହା ଅଲିଭା ଭାବରେ ହୃଦୟରେ ଚିହ୍ନ ଛାଡ଼ି ଯାଇଛି ଯାହା ଆତ୍ମାକୁ ରଙ୍ଗ କରି ଦେଇଛି ଏହାର ଅତୀତ ଓ ଭବିଷ୍ୟତ କାର୍ଯ୍ୟରୁ ମୃତ ସହିତ।
ଶେଷରେ, ପ୍ରକୃତରେ ଏକ ସଚେତ ଜ୍ଞାନ ରହିଛି ଯାହା ମାନବଜାତିରେ ସହଜାତ କି ଆମ୍ଭେମାନେ ପବିତ୍ର ଈଶ୍ୱରଙ୍କର ମାନକୁ ଭ୍ରଷ୍ଟ କରିଦେଲୁ, ଭବିଷ୍ୟତ ବିଚାରର ନିକଟତମ ଜ୍ଞାନ ସହ ସାଂକେତିକ ହୋଇ ସେମାନଙ୍କ ନିମନ୍ତେ ଯିଏ ଏହି ପ୍ରକୃତ ସଂଘର୍ଷକୁ ସମାଧାନ କରିବାକୁ ବିଫଳ ହୁଅନ୍ତି ।
ରୋମୀୟ ୨: ୧୪-୧୬
୧୪ ଯେଣୁ ବିଜାତିମାନଙ୍କର ସେହି ବ୍ୟବସ୍ଥା ନ ଥିଲେ ସୁଦ୍ଧା, ଯେତେବେଳେ ସେମାନେ ସ୍ୱାଭାବିକ ଭାବରେ ବ୍ୟବସ୍ଥା ଅନୁଯାୟୀ କର୍ମ କରନ୍ତି, ସେତେବେଳେ ସେମାନେ ବ୍ୟବସ୍ଥା ନ ପାଇଲେ ହେଁ ଆପେ ଆପଣା ଆପଣା ପ୍ରତି ବ୍ୟବସ୍ଥାସ୍ୱରୂପ ଅଟନ୍ତି । ୧୫ କାରଣ ସେମାନେ ବ୍ୟବସ୍ଥାର କର୍ମ ଆପଣା ଆପଣା ହୃଦୟରେ ଲିଖିତ ବୋଲି ଦେଖାନ୍ତି, ସେମାନଙ୍କ ବିବେକ ମଧ୍ୟ ସେଥିରେ ସାକ୍ଷ୍ୟ ଦିଏ, ଆଉ ସେମାନଙ୍କ ମନର ତର୍କବିତର୍କ ସେମାନଙ୍କୁ ଦୋଷୀ କିଅବା ନିର୍ଦ୍ଦୋଷ କରେ । ୧୬ ଯେଉଁ ଦିନରେ ଈଶ୍ୱର ମୋହର ସୁସମାଚାର ଅନୁସାରେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ମନୁଷ୍ୟମାନଙ୍କର ଗୁପ୍ତ ବିଷୟଗୁଡ଼ିକ ବିଚାର କରିବେ, ସେହିଦିନ ଏହା ପ୍ରକାଶ ପାଇବ ।
ମଣିଷ ଜାତି ଏକ ଛଳନାତ୍ମକ ବିଚାରଧାରାର ବାକ୍ୟକୁ ଗଢ଼ିବାରେ ବା ସୃଷ୍ଟି କରିବାରେ ଏହି ସମସ୍ୟା ସହ ସଂଘର୍ଷ କରୁଅଛି । ଚଲାବାଟକୁ ପ୍ରଜ୍ୱଳିତ କରିବାକୁ, ଏହି ଯାତ୍ରାକୁ ଦିଗଦର୍ଶକ କରିବାକୁ ସମାଧାନର ଅନୁସନ୍ଧାନ ଆବଶ୍ୟକ । ଯେମିତି ପ୍ରତାରଣାର ଶତ୍ରୁତା, ଈଶ୍ୱରବିଶ୍ୱାସ ବିରୋଧୀ ମାନସିକ ବ୍ୟାଧିଗ୍ରସ୍ତ ବ୍ୟକ୍ତି ସେମାନଙ୍କର ବ୍ୟକ୍ତିଗତ ବାସସ୍ଥାନ ଛାଡ଼ିବାକୁ ସିଧାସଳଖ ମନା କରିଦିଅନ୍ତି, ଯେମିତି ଦୁଃସାହସିକ କାର୍ଯ୍ୟକୁ ଅନ୍ୱେଷଣ କରିବାକୁ, ଯାହା ସେମାନଙ୍କ ବିଶ୍ୱାସ ଅନୁସାରେ, କେଉଁ ସ୍ଥାନକୁ ଘେନି ଯାଏ ନାହିଁ ଯେମିତି ଧର୍ମ ଏକ ଉପାୟ ହେଲା ଯାହା ଦ୍ୱାରା ଦୁର୍ବଳମନା ବ୍ୟକ୍ତି ଅବାସ୍ତବ କଳ୍ପନାର ଫ୍ରଏଡଙ୍କ ସମ୍ବନ୍ଧୀୟ ନ୍ୟୁରୋସିସ୍ରେ ପରାସ୍ତ ହୁଅନ୍ତି, ଯେମିତି ବିଶ୍ୱାସର ସ୍ଥାନ ପାଇଁ ପଥ ଖୋଜି ଥାଆନ୍ତି । କୌତୂହଳ ଭାବେ, ଅନ୍ୟ ପକ୍ଷରେ ମଣିଷ ଜାତି ଅତିକ୍ରମ ବା ପରିଚାଳନା କରିବାକୁ ଗୋଟିଏ ପଦ୍ଧତି ପାଇଲା ଏହି ବିଷୟରେ ସ୍ୱୟଂ ନିୟନ୍ତ୍ରଣ କରିବାକୁ ଏହି ବିବେକ ସୃଷ୍ଟିକର୍ତ୍ତାଙ୍କୁ ପ୍ରାର୍ଥନା କରେ ।
ଏହି ମୁହୂର୍ତ୍ତର ଉତ୍ତରରେ ମୁଁ ସମାଧାନ ନିମନ୍ତେ ପ୍ରସ୍ତାବ କରିପାରେ ଖ୍ରୀଷ୍ଟଙ୍କର ବ୍ୟକ୍ତିତ୍ୱ ଓ କାର୍ଯ୍ୟ ଦ୍ୱାରା ଯିଏ ଅନ୍ୟ ଧାର୍ମିକ ବର୍ଣ୍ଣନାଠାରୁ ଭିନ୍ନ ଅଟନ୍ତି, ଏହା ନୁହେଁ ଯେ ମଣିଷ ଖୋଜିବାକୁ ପହଞ୍ଚିବାକୁ କିମ୍ବା ଈଶ୍ୱରଙ୍କ ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରୁ ନାହିଁ ମାତ୍ର ବଦଳରେ ଏହା ଈଶ୍ୱର ସମ୍ପର୍କଭାବେ ମଣିଷକୁ ଧରୁଛନ୍ତି ମାନବିକତା ପାରସ୍ପରିକର ଏକ ଭରସା ଉତ୍ତର ସହ । ଆଉ ଏହା ବଳ ଅନୁସାରେ ନୁହେଁ କିମ୍ବା ମଣିଷର ବ୍ୟକ୍ତିଗତ ସକ୍ଷମ, ଦୁର୍ବଳତା ବିଷୟରେ ନିମନ୍ତେ ମାତ୍ର ବଦଳରେ ଶୁଚିକରଣ ଓ ଶୁଚିତା ଦୟାପୂର୍ବକ ଦିଆଯାଇଅଛି, ଆରାଧନାର ଫଳ ସ୍ୱରୂପ ଏକ ମୁକ୍ତ ଦାନ ଯାହା ଦ୍ୱାରା ଈଶ୍ୱର ଆମ୍ଭମାନଙ୍କୁ ସମ୍ଭବ କରି ନାହାନ୍ତି ।
ତୀତସ ୩:୫
୫ ସେତେବେଳେ ସେ ଆମ୍ଭମାନଙ୍କ କୃତ ଧର୍ମକର୍ମ ସକାଶେ ନୁହେଁ, ମାତ୍ର ଆପଣାର ଦୟାନୁସାରେ ପୁନର୍ଜନ୍ମର ପ୍ରକ୍ଷାଳନ ଓ ପବିତ୍ର ଆତ୍ମାନଙ୍କ ନୂତନୀକରଣ ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି।
ରୋମୀୟ ୬: ୨୩
୨୩ କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ।
ଏଫିସୀୟ ୨:୮-୯
୮ କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ, ତାହା ତୁମ୍ଭମାନଙ୍କ ନିଜଠାରୁ ହୋଇନାହିଁ, ତାହା ଈଶ୍ୱରଙ୍କ ଦାନ। ୯ କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ ।
୧ ଯୋହନ ୧:୭
୭ କିନ୍ତୁ ସେ ଯେପରି ଜ୍ୟୋତିର୍ନିବାସୀ, ଆମ୍ଭେମାନେ ଯଦି ସେହିପରି ଜ୍ୟୋତିରେ ଆଚରଣ କରୁ, ତେବେ ଆମ୍ଭମାନଙ୍କର ପରସ୍ପର ସହଭାଗିତା ଅଛି, ପୁଣି ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ ।
୧ ଯୋହନ ୧:୯
୯ ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି ।
ଖ୍ରୀଷ୍ଟିଆନିଟିକୁ ବିଶ୍ୱାସ କରିବାରେ ତୁମେ ଏମିତି ବିରୋଧ କରିପାର କି ଏଥିରେ ଅନ୍ୟ ଧର୍ମର ବିବରଣଠାରୁ ଆଉ ବେଶି କିଛି ଭିନ୍ନତା ନାହିଁ କହି, ଏହାର ଜଳରେ ବାପ୍ତିସ୍ମର ଶୁଚିକରଣ ପଦ୍ଧତିରେ ଓ ଅଂଶରେ ମୁଁ ତୁମ ସହିତ ସହମତ ହୋଇପାରେ, ଯେପରି କେତେକଙ୍କ ନିମନ୍ତେ ଏହା ଏକ ସାଧାରଣ ସ୍ନାନ ଠାରୁ ଆଉ ବେଶି କିଛି ନୁହେଁ, ଯେମିତି ମଣ୍ଡଳୀ ସହିତ ପରିଚିତର ସ୍ଥାନ ପରିବର୍ତ୍ତନ ଦେଇ ଯିବା କିନ୍ତୁ ଯେଉଁମାନେ ମୌଳିକ ଭାବରେ ଅଶୁଚିତାରେ ଅଛନ୍ତି ଯେମିତି ନକଲି ବିଶ୍ୱାସୀମାନେ ।
ପ୍ରକୃତ ବାପ୍ତିସ୍ମ ହେଉଛି ଯେମିତି ବିଶ୍ୱାସର ଏକ କେନ୍ଦ୍ରୀୟ ନୀତି, ପ୍ରାଥମିକ ଭାବେ ଉଦ୍ଦେଶ୍ୟ ସାଧନର ଏକ ବାହ୍ୟ ଚିହ୍ନ ବା ପ୍ରତୀକ ସେବା ଅଟେ। ଏବଂ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ଜୀବନ ରକ୍ତର ଶୁଚିକରଣ ଶକ୍ତି ଯାହା ପରିତ୍ରାଣରେ ସମସ୍ତ ବିଶ୍ୱାସୀମାନଙ୍କୁ ଧୌତ କରିଥାଏ, ଏକମତ ହୋଇ ନିରପେକ୍ଷ ଭାବେ ସେମାନଙ୍କୁ ଧାର୍ମିକ ଘୋଷଣା କରେ ବ୍ୟକ୍ତିମତ ପରିବର୍ତ୍ତନ ଭାବେ ପବିତ୍ର ଆତ୍ମାଙ୍କ ହସ୍ତାନ୍ତର ସହ ଯିଏ ପୁନରୁଜୀବନର ମାଧ୍ୟମରେ ଆନ୍ତରିକ ପରିବର୍ତ୍ତନକୁ ଆଣେ । ଏହି ପ୍ରକାରେ ଜଳର ବାପ୍ତିସ୍ମ କାର୍ଯ୍ୟଟି ହେଉଛି ଏକ ବାସ୍ତବତାର ସାକ୍ଷ୍ୟ ତାହା ଉଦଜାନ ଓ ଅମ୍ଳଜାନର ଅଂଶ ମିଶ୍ରଣ ଦ୍ୱାରା ଆସି ନାହିଁ ଯାହା ଦ୍ୱାରା ଏକ ଜଳୀୟ ବସ୍ତୁର ଲାଭ ଉଠାଯାଇ ପାରିବ ମାତ୍ର ବଦଳରେ ଏହା ଖ୍ରୀଷ୍ଟଙ୍କର ଉଦ୍ଧାର କାର୍ଯ୍ୟରୁ ଆସିଛି ଏବଂ ପବିତ୍ର ଆତ୍ମାଙ୍କ ଜୀବନ୍ତ ଜଳରୁ ଆସିଛି । ଯେମିତି ପରିତ୍ରାଣର ଉତ୍ତମ ଦାନକୁ ଦିଅନ୍ତି ଏବଂ ବାପ୍ତିଜକ ମନୁଷ୍ୟର ପତନରେ ସେ ଜୀବିତ ରହନ୍ତି ନାହିଁ ଏଣୁ ଜଳର ବାପ୍ତିସ୍ମ କେବଳ ଏକ ଦୃଶ୍ୟ ହୋଇଥାଏ । ଈଶ୍ୱରଙ୍କ ସାମର୍ଥର ଏହି ସ୍ୱର୍ଗୀୟ ବାସ୍ତବତା ବିଷୟରେ ଯେମିତି ଜଣେ ବ୍ୟକ୍ତିଙ୍କୁ ନୂତନ ଜନ୍ମ ଦେବାରେ ଗର୍ଭରେ କାର୍ଯ୍ୟନିର୍ବାହ କରୁଅଛି, ମଣିଷର ଇଚ୍ଛାରେ ଜନ୍ମ ହୋ ନୁହେଁ କିମ୍ବା ଧାର୍ମିକ କାର୍ଯ୍ୟକଳାପର ଆରମ୍ଭ ସହ ନୁହେଁ, ମାତ୍ର ଈଶ୍ୱରଙ୍କଠାରୁ ଆରମ୍ଭ ଯେମିତି ଊର୍ଦ୍ଧ୍ୱରୁ ଜାତ କିମ୍ବା ଖ୍ରୀଷ୍ଟ ଏବଂ ପବିତ୍ର ଆତ୍ମାଙ୍କଠାରୁ ପୁନଜନ୍ମ । ଏହି ନୂତନ ଭାବରେ ଜନ୍ମକୁ ହିନ୍ଦୁ ଓ ବୌଦ୍ଧମାନଙ୍କ ପୁନଜନ୍ମ ଧାରଣାରୁ ଭିନ୍ନ ସନ୍ଦେହ କରିବା ଆବଶ୍ୟକ ନାହିଁ । ଏହା ଖ୍ରୀଷ୍ଟଙ୍କର ପରିଣାମସ୍ୱରୂପ ଫଳ ଯିଏ ତାହାଙ୍କ ପରିତ୍ରାଣରେ ବିଶ୍ୱାସ ଓ ଭରସାରେ ସହୃହୟ ସହ ଅନୁଗମନ କରୁଥାଏ ଆକସ୍ମିକ ଭାବେ ପବିତ୍ର ଆତ୍ମା ପ୍ରଦାନ କରନ୍ତି।
ଇସ୍ରାଏଲ୍ର ଭବିଷ୍ୟତ ପରିତ୍ରାଣ ଉପରେ ଏହି ବାକ୍ୟ ବାସ୍ତବତାକୁ ତୁଳନା କରେ, ଏବ୍ରୀୟ ଭାବବାଦୀ ଯିହଜିକଲ ୩୬:୨୫-୨୭ ଅନୁସାରେ
୨୫ ପୁଣି, ଆମ୍ଭେ ତୁମ୍ଭମାନଙ୍କ ଉପରେ ଶୁଚି ଜଳ ସିଞ୍ଚିବା, ତହିରେ ତୁମ୍ଭେମାନେ ଶୁଚି ହେବ, ତୁମ୍ଭମାନଙ୍କର ସବୁ ଅଶୌଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ଆମ୍ଭେ ତୁମ୍ଭମାନଙ୍କୁ ଶୁଚି କରିବା । ୨୬ ଆହୁରି, ଆମ୍ଭେ ତୁମ୍ଭମାନଙ୍କୁ ଏକ ନୂତନ ହୃଦୟ ଦେବା ଓ ଆମ୍ଭ ତୁମ୍ଭମାନଙ୍କ ଅନ୍ତରେ ଏକ ନୂତନ ଆତ୍ମା ସ୍ଥାପନ କରିବା, ଆଉ ଆମ୍ଭେ ତୁମ୍ଭମାନଙ୍କ ମାଂସ ମଧ୍ୟରୁ ପ୍ରସ୍ତରମୟ ହୃଦୟ କାଢ଼ି ନେବା ଓ ଆମ୍ଭେ ତୁମ୍ଭମାନଙ୍କୁ ମାଂସମୟ ହୃଦୟ ଦେବା । ୨୭ ପୁଣି, ଆମ୍ଭେ ତୁମ୍ଭମାନଙ୍କ ଅନ୍ତରେ ଆମ୍ଭର ଆତ୍ମା ସ୍ଥାପନ କରିବା ଓ ତୁମ୍ଭମାନଙ୍କୁ ଆମ୍ଭର ବିଧି ରୂପ ପଥରେ ଚଲାଇବା, ତହିଁରେ ତୁମ୍ଭେମାନେ ଆମ୍ଭର ଶାସନ ସକଳ ରକ୍ଷା କରି ପାଳନ କରିବ ।
ରାବ୍ବୀ ଯଶୁଆ କହିଲେ ଏହି ପ୍ରକାରେ ସମାଗମ ତମ୍ବୁ ବା ସୁକୋତ୍ ପର୍ବ ହୁଏ
ଯୋହନ ୭:୩୭-୩୯
୩୭ ଶେଷଦିନ ଅର୍ଥାତ୍ ପର୍ବର ପ୍ରଧାନ ଦିନ, ଯୀଶୁ ଠିଆ ହୋଇ ଉଚ୍ଚ ସ୍ୱରରେ କହିଲେ, କେହି ଯଦି ତୃଷିତ ହୁଏ, ତେବେ ସେ ମୋ ନିକଟକୁ ଆସି ପାନ କରୁ । ୩୮ ଯେ ମୋଠାରେ ବିଶ୍ୱାସ କରେ ଧର୍ମଶାସ୍ତ୍ରର ଉକ୍ତି ପ୍ରମାଣେ ତାହାର ଅନ୍ତରରୁ ଜୀବନ୍ତ ଜଳସ୍ରୋତ ପ୍ରବାହିତ ହେଉଥିବ । ୩୯ ତାହାଙ୍କଠାରେ ବିଶ୍ୱାସକାରୀମାନେ ଯେଉଁ ଆତ୍ମା ପାଇବାକୁ ଯାଉଥିଲେ ତାହାଙ୍କ ବିଷୟରେ ସେ ଏହା କହିଲେ, କାରଣ ଯୀଶ ସେ ପର୍ଯ୍ୟନ୍ତ ମହୀମାପ୍ରାପ୍ତ ହୋଇ ନ ଥିବାରୁ ଆତ୍ମା ପ୍ରଦତ୍ତ ହୋଇ ନ ଥିଲା।
ପ୍ରାଚୀନ ଯିହୁଦୀମାନେ ଈଶ୍ୱରଙ୍କ ପ୍ରତି ସେମାନଙ୍କର ଧାର୍ମିକ ଭାବ କାର୍ଯ୍ୟରେ କେବଳ ଅସ୍ଥାୟୀ ସନ୍ତୁଷ୍ଟିକୁ ପାଇଥିଲେ କିନ୍ତୁ ଯେଉଁ ପ୍ରକାରେ ଏବ୍ରୀ ୧୦ରେ କୁହାଗଲା, ଏହି ସମସ୍ତ ଯେ ବାସ୍ତବତା ନୁହେଁ ଚିହ୍ନ ମାତ୍ର ଅଟେ, ଯେମିତି ଖ୍ରୀଷ୍ଟଙ୍କର ବଳିଦାନ ଆମେ ସମସ୍ତଙ୍କ ଶୁଦ୍ଧତା ନିମନ୍ତେ ଥରେ ଓ ସର୍ବଦା ନିମନ୍ତେ ଦିଆଗଲା “ଈଶ୍ୱରଙ୍କ ମେଷଶାବକ” ରୂପେ ଏକ ଚିରସ୍ଥାୟୀ ବଳିଦାନ ଯିଏ ଜଗତରେ ପାପକୁ ଉଠାଇ ନିଅନ୍ତି। କହିବାକୁ ଗଲେ ଆଦି ଯିହୁଦୀମାନଙ୍କୁ ବଳିଦାନର ଆବଶ୍ୟକତା ନାହିଁ, ପ୍ରାର୍ଥନା, ଉପବାସ ଓ ଉତ୍ତମ କାର୍ଯ୍ୟର ପଦ୍ଧତି ଯଥେଷ୍ଟ ହୋଇପାରିବ । ଅଲିଖିତ ବାକ୍ୟ ବିରୁଦ୍ଧରେ ଭ୍ରଷ୍ଟ ଓ ଉପଦ୍ରବର ସନ୍ତୁଷ୍ଟତା, ତୋରାର ପୂର୍ଣ୍ଣତାକୁ ଅସ୍ୱୀକାର କରିବା ତଦୃପ
ଲେବୀୟ ପୁସ୍ତକ ୧୭ :୧୧
୧୧ କାରଣ ରକ୍ତରେ ପ୍ରାଣୀର ପ୍ରାଣ ଥାଏ, ପୁଣି ତୁମ୍ଭମାନଙ୍କ ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ କରିବାକୁ ଆମ୍ଭେ ତାହା ବେଦୀ ଉପରେ ତୁମ୍ଭମାନଙ୍କୁ ଦେଇଅଛୁ, ଯେହେତୁ ପ୍ରାଣର ଗୁଣରେ ରକ୍ତ ହିଁ ପ୍ରାୟଶ୍ଚିତ କରେ ।
ଯେତେ ବି ଯାହା ଉତ୍ତମ କାର୍ଯ୍ୟ ତୁମେ କର ସେଥିରେ କଣ ନିଶ୍ଚିନ୍ତତା ଅଛି କି ତୁମ୍ଭର ପାପ ସବୁ ଯିଶାଇୟ ୫୩ରେ ମସୀହଙ୍କ ଦେଇ ଈଶ୍ୱରଙ୍କ ଦୟା ଓ ଅନୁଗ୍ରହରେ ପ୍ରଦତ୍ତ ବଳିଦାନରୁ ବଳି କ୍ଷମାପ୍ରାପ୍ତ ହୋଇଅଛି ?
ଠିକ୍ ସେହି ପ୍ରକାରେ ମୋର ମୁସ୍ଳିମ୍ ବନ୍ଧୁମାନଙ୍କୁ ଯିଏ ଯୀଶୁଙ୍କ ମୃତ୍ୟୁକୁ ବାରଣ କରନ୍ତି ଭବିଷ୍ୟତର କିଛି ବାହ୍ୟ ବିଷୟ ଭବିଷ୍ୟତବାଣୀର କାର୍ଯ୍ୟକୁ ଯାହା ଈଶ୍ୱର ମହୀମାମୟ ଯୋଜନାରୁ ପ୍ରଦାନ କରିଥିବା ବିଷୟକୁ ହରାଉଛନ୍ତି । ଆବ୍ରାହମଙ୍କ ସଦୃଶ୍ୟ ସ୍ଥାନାପନକାରୀ ପ୍ରାୟଶ୍ଚିତ ଅର୍ଥାତ୍ ଯୀଶୁ ଯିଏ ଅସ୍ଥାୟୀ ଭାବେ ଲଜ୍ଜିତ ଓ ଅପମାନିତ ହେଲେ, ଆନନ୍ଦର ସହ ସେବା କଲେ, କୃଶରେ କଷ୍ଟ ସହ୍ୟ କରି ଅନେକଙ୍କୁ ମହୀମାରେ ଆଗେଇଲେ, ଏବ୍ରୀ ୨:୯-୧୮;୧୨:୨
jesusandjews.com/wordpress/2011/07/14/crucifixion-of-jesus-christ-and-islam/
ସମାପ୍ତିରେ, ଯୀଶୁ ତୁମକୁ ଜୀବନ୍ତ ଜଳ ଦେଇପାରନ୍ତି ଯାହା ସଂପୂର୍ଣ୍ଣ ରୂପେ ପରିତୃପ୍ତିକୁ ଦେଇପାରେ ଓ ତୁମ ଆତ୍ମାକୁ ସତେଜ କରିପାରେ ଏବଂ ଯଦିବା ସ୍ୱର୍ଗୀୟ ପିତା ତୁମକୁ ଏହି ଜଳ ଆଡ଼କୁ କଢ଼ାଇ ନେଇ ପାରନ୍ତି, ମାତ୍ର ତୁମକୁ ଏହା ପିଇବା ନିମନ୍ତେ କିଛି କରନ୍ତି ନାହିଁ । ପରିଶେଷରେ ମୁଁ ତୁମକୁ ଉତ୍ସାହିତ କରିବାକୁ ଚାହେଁ ମୋର ବନ୍ଧୁ, ଶମରଣୀୟ ସ୍ତ୍ରୀ ସଦୃଶ୍ୟ, ଜୀବନ୍ତ ଜଳ ନିମନ୍ତେ ସରଳ ଭାବେ ମାଗନ୍ତୁ ଯାହା ଆପଣଙ୍କର ଆତ୍ମିକ ତୃଷାକୁ ମେଣ୍ଟାଇବା ନିମନ୍ତେ ଅତି ଆବଶ୍ୟକ ଅଟେ । ଭଣ୍ଡ ଧର୍ମ, ଭଣ୍ଡଶିକ୍ଷା ଓ ତର୍କଶାସ୍ତ୍ରକୁ ବାଦ୍ ଦେଲେ ଯାହା ତୁମକୁ ଉଚ୍ଚ ଓ ଶୁଷ୍କ କରି ଛାଡ଼ିଦିଏ, ନିଶ୍ଚିତ ଭାବେ ପୁନର୍ବାର ତୃଷାର୍ତ୍ତ ହେବେ ।
ଯୋହନ ୪:୧୦,୧୩-୧୪
୧୦ ଯୀଶୁ ତାହାକୁ ଉତ୍ତର ଦେଲେ,“ଈଶ୍ୱରଙ୍କ ଦାନ ଓ ମୋତେ ପିଇବାକୁ ଦିଅ ବୋଲି ଯେ ତୁମ୍ଭକୁ କହୁଅଛନ୍ତି, ସେ କିଏ ଏହା ଯେବେ ଜାଣି ଥାଆନ୍ତି, ତାହା ହେଲେ ତୁମ୍ଭେ ତାହାଙ୍କୁ ମାଗିଥାଆନ୍ତ, ଆଉ ସେ ତୁମ୍ଭକୁ ଜୀବନ୍ତ ଜଳ ଦେଇଥାଆନ୍ତେ।” ୧୩ “ଯୀଶୁ ତାହାକୁ ଉତ୍ତର ଦେଲେ, ଯେ କେହି ଏହି ଜଳ ପାନ କରେ, ସେ ପୁନର୍ବାର ତୃଷିତ ହେବ।” ୧୪ “କିନ୍ତୁ ମୁଁ ଯେଉଁ ଜଳ ଦେବି, ତାହା ଯେ କେହି ପାନ କରିବ, ସେ କେବେ ହେଁ ତୃଷାର୍ତ୍ତ ହେବ ନାହିଁ, ବରଂ ମୁଁ ତାହାକୁ ଯେଉଁ ଜଳ ଦେବି, ତାହା ଅନନ୍ତ ଜୀବନ ଦାୟକ ଜଳର ନିର୍ଝର ସ୍ୱରୂପେ ତାହାଠାରେ ଉଚ୍ଛୁଳି ଉଠୁଥିବ ।”
ଶେଷରେ ଯୀଶୁ ତୁମକୁ ଆମନ୍ତ୍ରଣ କରନ୍ତି
ମାଥିଉ ୧୧:୨୮-୩୦
—————————–
୨୮ ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି । ୨୯ ମୋହର ଜୁଆଳି ଆପଣା ଆପଣା ଉପରେ ଘେନ । ପୁଣି ମୋ ନିକଟରୁ ଶିଖ, କାରଣ ମୁଁ ମୃଦୁଶୀଳ ଓ ନମ୍ରଚିତ୍ତ, ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ । ୩୦ ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ୱାସ ।
ଚାରି ଆତ୍ମିକ ବିଧି