ସମସ୍ତ ମାର୍ଗ ଈଶ୍ୱର ଆଡ଼କୁ ଘେନି ଯାଏ

କେତେକ ଲୋକ ଏହି ସାରାଂଶକୁ ଆସି ପାରନ୍ତି କି ଏ ପ୍ରକାର ଗୁଣସାମ୍ୟ ଏବଂ ସାଦୃଶ୍ୟ ଅଛି ଯାହା ସମସ୍ତ ଧାର୍ମିକ ଚିନ୍ତା ଓ କାର୍ଯ୍ୟକୁ ଈଶ୍ୱର ରୂପେ ଗୋଟିଏ ଶ୍ରେଣୀ ବିଭାଗରେ ଏକୀଭୂତ କରେ । ଏବେ ସୁଦ୍ଧା ଏହି ପୃଷ୍ଠ ସ୍ତର ମତ ଏତେ ବିଶାଳ ଯେ ଯେମିତି ଏକ ଅତି ଆତ୍ମବିଶ୍ୱାସର ସହିତ ଧାର୍ମିକ ବିବିଧତାର ଜାହାଜ ଯାତ୍ରାକୁ କେବଳ ବିରାଟ ସମସ୍ୟାର ସ୍ପଷ୍ଟ ଭାବେ ପରିଦୃଷ୍ଟ ଏକ କ୍ଷୁଦ୍ର ଅଂଶକୁ ଦେଖେ ଯେମିତି ଆନ୍ତରିକ ଭାବେ ମନୋଯୋଗ କରିବା ବୃହତ ଓ ପ୍ରତାରଣାତ୍ମକ ଧ୍ୱଂସସାଧନକୁ ଅମନୋଯୋଗ କରେ ତାହା ଏହି ଦଣ୍ଡିତ ଏବଂ ଡୁବିବା ଜାହାଜ ଆବାସରେ କେବଳ ପରିସର ନିମ୍ନରେ ରହିଥାଏ ଆଉ ଏକ ଯାତ୍ରୀ ରୂପେ ତାହା କେବେହେଲେ ଗୋଟିଏ ସୁରକ୍ଷିତ ବନ୍ଦରରେ ପହଞ୍ଚିବ ନାହିଁ ମାତ୍ର ପହଞ୍ଚିବ , ସେମାନଙ୍କ ବିସ୍ମୟାର୍ଥେ, ନିରାପତ୍ତାର ଏକ ମିଥ୍ୟା ଜ୍ଞାନ ତଳେ ବୁଡ଼ିବା ଏହା ଭାବି କି ଏହା ଅବିନାଶୀ ହେବ।
ଅନେକ ଲୋକ ଚିହ୍ନିବାରେ ବିଫଳ ହେଲେ ବି ଅଧିକାଂଶ ଧାର୍ମିକ ସଂସାର ମତ ସବୁ ଅତି ପରସ୍ପର ବିରୋଧୀ ଓ ଅପସାରିତ ସେମାନେ ସ୍ପଷ୍ଟ ଭାବେ ଅତୋଷଣୀୟ ବିରୋଧୀ । ଏହି ଜ୍ଞାନପ୍ରାପ୍ତି ସେତେବେଳେ ଆସିଥାଏ ଯେତେବେଳେ ଜଣେ ବ୍ୟକ୍ତି ତୁଳନାତ୍ମକ ଧର୍ମ ବା ଧର୍ମପଦ୍ଧତିର ଅଧ୍ୟୟନ କରେ ଏବଂ ଏକ ଶବ୍ଦର ପ୍ରତିଧ୍ୱନି ଦ୍ୱାରା ପାଣି ତଳେ ଥିବା ବସ୍ତୁର ସନ୍ଧାନ ସଦୃଶ ସେମାନେ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ସବୁକୁ ଉଠାଇଥାନ୍ତି । ଯେମିତି ଏହାର ପ୍ରକୃତ ଆକାର ଓ ଗଠନକୁ ଦେଖି ସେମିତି ଏକ ସୀମିତ ମତ ଏବଂ ସୁଯୋଗକୁ ବାଦ୍ ଦେଇ ଏହାର ବିପଦର ରୂପରେଖା କରନ୍ତି ।
ଜଣେ ହିନ୍ଦୁ ବ୍ୟକ୍ତି କହିପାରେ କି ଏହା ଏକ ସମସ୍ୟା ନୁହେଁ ଯେପରିକି ବିରୋଧକ୍ତି ସେମାନଙ୍କ ତତ୍ତ୍ୱଶାସ୍ତ୍ର ସହିତ ପରସ୍ପର ସହନଶୀଳ ଅଟେ ତଥାପି ସେମାନେ ସେମାନଙ୍କ କଥା ଅନୁସାରେ ଚାଲନ୍ତି ନାହିଁ ଯେମିତି ସେମାନଙ୍କ ଦୈନନ୍ଦିନ ଜୀବନ ତର୍କଶାସ୍ତ୍ର ଏବଂ ଯଥାର୍ଥତାକୁ ପ୍ରତିଫଳିତ କରନ୍ତି ତଥାପି ଏହା ଯେମିତି ଧର୍ମର ଧାରଣାକୁ ପ୍ରୟୋଗ କରେ । ଏହାର ମୌଳିକ ଦେଶପ୍ରମୀତ୍ୱ ହିନ୍ଦୁମାନେ ଅନ୍ୟ ଧାର୍ମିକ ଗତିବିଧି ପ୍ରତି ବିରୋଧ କରନ୍ତି ଏବଂ ପ୍ରାୟତଃ ପୂର୍ବଦେଶୀୟ ଗୁରୁମାନେ ସେମାନଙ୍କର ଚିନ୍ତା ଅନୁସାରେ ପାଶ୍ଚାତ ଦେଶୀୟମାନଙ୍କୁ ପରିବର୍ତ୍ତନ କରିବାକୁ ଆଗ୍ରହୀ ହୋଇଥାନ୍ତି ।
ପ୍ରାୟୋଗିକ ଭାବେ କୁହାଯାଏ ତ ବୋଧହୁଏ ଏହି ସମସ୍ତ ବିଚାର ସମସ୍ୟାର ସମାଧାନ ନିମନ୍ତେ ଏକ ମାର୍ଗ ରୂପେ ପ୍ରକାଶିତ ହେଲା । ସେମାନଙ୍କ ପ୍ରତିଯୋଗିତାମୂଳକ ବହୁ ଈଶ୍ୱର ବିଶ୍ୱାସୀଙ୍କ ମଧ୍ୟରେ ସମସ୍ୟା ସହିତ ଦୁଇ ମାର୍ଗ ମଧ୍ୟରେ ଥିବା ଫାଟ ମଧ୍ୟରେ ପୋଲ ସଂଯୋଗ କରିବାର ଉଦ୍ୟମ କରେ । ତେଣୁ ମାର୍ଗକୁ ପ୍ରଶସ୍ତ କରିବାକୁ ଲୋକମାନଙ୍କର ଏହି ମନୋଭାବ ସେମାନଙ୍କୁ ଧାର୍ମିକ ବହୁବାଦୀ ନେତାଙ୍କର ଅନୁଗମନ କରିବାର ଶୀର୍ଷଧାରାରୁ ପତନ ଆଡ଼କୁ ଘେନିଯାଏ ।
ଯାହାବି ହେଉ ଏହି ଈଶ୍ୱର ବିଷୟକ ଜ୍ଞାନକୁ ବିବରଣ କରିବାକୁ ଯାଇ କେତେକ ଲୋକ ଅନ୍ଧ ଲୋକମାନଙ୍କର ଏବଂ ହାତୀର ଅନୁରୂପତାକୁ ବ୍ୟବହାର କରିବାକୁ ଉଦ୍ୟମ କରୁଥିଲେ ଏବଂ ଯଦିଓ ଏକ ଈଶ୍ୱର ଧାରଣା ରହିଛି ଯାହା ମାନବ ଜାତିରେ ସାଧାରଣ ଅଟେ ଯେମିତି ଅନ୍ତଦୃଷ୍ଟି ଦ୍ୱାରା ଆମ୍ଭମାନଙ୍କର ଅନ୍ତର ମୁଖ୍ୟ ଚୌବନ୍ଧରେ ବନ୍ଧା ଯାଇଅଛି, ଏହା ସର୍ବଦା ବାସ୍ତବତାର ଏକ ସତ୍ୟନିଷ୍ଠ ସହସମ୍ପର୍କ ଆଡ଼କୁ ଘେନି ଯାଇ ନ ଥାଏ ।
ଯେମିତି ଅନ୍ଧ ବ୍ୟକ୍ତି ଦାବି କରି କହନ୍ତି କି ଈଶ୍ୱରଙ୍କ ବର୍ଣ୍ଣନା ଦ୍ୱାରା ସେମାନେ ଈଶ୍ୱରଙ୍କୁ ଦେଖି ପାରନ୍ତି ତାହାର ଅର୍ଥ ନୁହେଁ ସେମାନେ ମିଥ୍ୟା କହି ପାରନ୍ତି ନାହିଁ ବା ସମ୍ଭବତଃ ପ୍ରତାରିତ ହେଲେ। ଏହି ପ୍ରକାର ଅନ୍ତର୍ନିହିତ ମତବାଦ ଭୁଲ ଦିଗକୁ ଘେନି ଯାଇପାରେ ଯେମିତି ଜଣକର ବୋଧଗମ୍ୟତା ନିମନ୍ତେ ପ୍ରେରଣାଦାୟୀ ସେମିତି ଅନେକ କାରଣରେ ଜଣକର ନିଜ ସ୍ୱାର୍ଥ ନିମନ୍ତେ ଅପୂର୍ଣ୍ଣ ମଧ୍ୟ ହୋଇପାରେ, ଏହି ପ୍ରକାରେ ଧାର୍ମିକ ଶିକ୍ଷକ, ଗୁରୁ, ସାଧୁ ଏବଂ ଯୋଗୀମାନଙ୍କର ପଥ ଅନୁଗମନ ଦ୍ୱାରା ଉଦ୍ଧତ ହୋଇପାରେ । କାହାକୁ କୁହାଯିବ, ବାସ୍ତବରେ ସେମାନେ ଈଶ୍ୱରଙ୍କୁ ସ୍ପର୍ଶ କରୁଛନ୍ତି, ଯେପରିକି ସେମାନଙ୍କ ନିଜ ସ୍ୱରୂପ ଓ ଆକୃତିର ଅନୁରୂପରେ ସେମାନଙ୍କ ପ୍ରତିମାପୂଜକ ଇଚ୍ଛା ଏକ ଈଶ୍ୱରଙ୍କୁ ସୃଷ୍ଟିବାର କାଳ୍ପନିକ ଏବଂ କଳ୍ପନାତ୍ମକ ପ୍ରକ୍ରିୟାଠାରୁ ଅଧିକ ହୋଇପାରେ ନାହିଁ । ଯିଶୁ ସାବଧାନ କରନ୍ତି କି ଭଣ୍ଡ ଭାବବାଦୀ ବା ଭଣ୍ଡ ଗୁରୁମାନେ ଆସିବେ, ଯେମିତି ଅନ୍ଧ ଅନ୍ଧକୁ ରାସ୍ତା ଦେଖାଏ, ଆଉ ନିଶ୍ଚୟ ସେମାନେ ଦୁହେଁ ପଥଭ୍ରାନ୍ତ ହେବେ ।
ଏଠାରେ ଏହି ବିଷୟ ଉପରେ ବାଇବଲ୍ ଯାହା କୁହେ
ମାଥିଉ ୨୪ :୨୪
୨୪ କାରଣ ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଏପରି ମହା ମହା ଚିହ୍ନ ଓ ଅଦ୍ଭୂତ କର୍ମମାନ ଦେଖାଇବେ ଯେ, ଯଦି ସମ୍ଭବ ହୁଏ ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ ।
ରୋମୀୟ ୧:୧୮-୨୩
୧୮ କାରଣ ଯେଉଁ ଲୋକମାନେ ଅଧର୍ମରେ ସତ୍ୟକୁ ପ୍ରତିରୋଧ କରନ୍ତି, ସେମାନଙ୍କ ସମସ୍ତ ଅପବିତ୍ରତା ଓ ଅଧର୍ମ ବିରୁଦ୍ଧରେ ସ୍ୱର୍ଗରୁ ଈଶ୍ୱରଙ୍କ କ୍ରୋଧ ପ୍ରକାଶିତ ହୋଇଅଛି । ୧୯ ଯେଣୁ ଈଶ୍ୱରଙ୍କ ସମ୍ବନ୍ଧରେ ଯାହା ଜ୍ଞାତବ୍ୟ, ତାହା ସେମାନଙ୍କ ଅନ୍ତରରେ ପ୍ରକାଶିତ ହୋଇଅଛି । ଈଶ୍ୱର ତ ସେମାନଙ୍କ ନିକଟରେ ତାହା ପ୍ରକାଶ କରିଅଛନ୍ତି । ୨୦ ଜଗତର ସୃଷ୍ଟିକାଳାବଧି ତାହାଙ୍କର ଅଦୃଶ୍ୟ ଗୁଣ ସମୂହ, ଅର୍ଥାତ୍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ୱରତ୍ୱ, ସୃଷ୍ଟ ବସ୍ତୁଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସୃଷ୍ଟ ରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର ଉତ୍ତର ଦେବାର ବାଟ ନ ଥାଏ । ୨୧ କାରଣ ସେମାନେ ଈଶ୍ୱରଙ୍କ ଜାଣି ତାହାଙ୍କୁ ଈଶ୍ୱର ବୋଲି ଗୌରବ ଦେଲେ ନାହିଁ କି ଧନ୍ୟବାଦ ଦେଲେ ନାହିଁ। କିନ୍ତୁ ଆପଣା ଅସାର ତର୍କବିତର୍କରେ ଜଡ଼ିତ ହେଲେ ଓ ସେମାନଙ୍କର ଅବୋଧ ମନ ଅନ୍ଧକାରମୟ ହେଲା । ୨୨ ନିଜ ନିଜକୁ ଜ୍ଞାନୀ ବୋଲି ମନେ କରି ସେମାନେ ମୂର୍ଖ ହେଲେ । ୨୩ ପୁଣି, ଅକ୍ଷୟ ଈଶ୍ୱରଙ୍କ ଗୌରବକୁ କ୍ଷୟଣୀୟ ମନୁଷ୍ୟ, ପକ୍ଷୀ, ଚତୁଷ୍ପଦ ପ୍ରାଣୀ, ସରୀସୃପାଦିଙ୍କ ଆକୃତିଯୁକ୍ତ ପ୍ରତିମାରେ ପରିଣତ କଲେ ।
ସାରାଂଶରେ କୁହାଯାଇପାରେ ଯେ, ଈଶ୍ୱର ବିଷୟକ ସମସ୍ତ ସିଦ୍ଧାନ୍ତ ସମାନ ଭାବରେ ବିଧିବଦ୍ଧ ଅଟେ ଏବଂ ଯେତେବେଳେ ସମସ୍ତ ମତ ସମାନ ଭାବେ ନ୍ୟାୟସଂଗତ ହେଉଛି, ସେତେବେଳେ କୌଣସି ସ୍ୱୟଂସମ୍ଭୂତ ମତ ପ୍ରକୃତରେ ଯଥାର୍ଥ ହେବ ନାହିଁ । ଅଧିକ କହିବାକୁ ହେଲେ ପ୍ରତ୍ୟେକ ମନୋଭାବ ପ୍ରକାଶ ବିଶାଳ ଅଖଣ୍ଡର ଏକ କ୍ଷୁଦ୍ର ଅଂଶକୁ ମତଭେଦ କରୁଅଛି ଯେମିତି ଏହା ଅତି ଗୁରୁତ୍ୱପୂର୍ଣ୍ଣ ଅପରିହାର୍ଯ୍ୟ ଅଟେ । ହିନ୍ଦୁମାନେ ସେମାନଙ୍କ ସ୍ୱଂ ଅସାଧାରଣତା ଏବଂ ବର୍ଜନଶୀଳତାକୁ ଗୁରୁତ୍ୱ ଦିଅନ୍ତି ନଚେତ୍ ସେମାନେ ଅନ୍ୟ ସମୂହମାନଙ୍କରେ କିମ୍ବା ଈଶ୍ୱରଙ୍କ ଅନୁଭୂତି ପାଇବା ନିମନ୍ତେ ଅନ୍ୟ ଧର୍ମରେ ମିଶ୍ରିତ ହେବାରେ କୌଣସି ସମସ୍ୟାର ସମ୍ମୁଖୀନ କରନ୍ତି ନାହିଁ । ଅତିରିକ୍ତ କହିବାକୁ ହେଲେ ଆମ୍ଭେ ସମସ୍ତଙ୍କର କେବଳ ଏକ କ୍ଷୁଦ୍ର ସତ୍ୟ ରହିଅଛି ତ କଣ ସେମାନଙ୍କୁ ଉତ୍ସାହିତ କରେ ଯେ ଚରମ ବା ବାସ୍ତବିକ ସତ୍ୟର ଫଳପ୍ରଦ ହେବାକୁ ସେମାନଙ୍କ ପାଖରେ ଯଥେଷ୍ଟ ସୂଚନା ରହିଛି ।
ଶେଷରେ କେବଳ ଗୋଟିଏ ବିଷୟ ହିଁ ବିଭିନ୍ନ ବିଶ୍ୱାସ କିମ୍ବା ବିଶ୍ୱାସ ପଦ୍ଧତିକୁ ସ୍ଥାନ ଦେଇଥାଏ କିନ୍ତୁ ଅନ୍ୟପକ୍ଷରେ କହିବାକୁ ହେଲେ ପ୍ରତ୍ୟେକ ବିଶ୍ୱାସ ସମାନ ଭାବରେ ଉଚିତ୍ କିମ୍ବା ସତ୍ୟ ହେବାକୁ ପ୍ରମାଣିତ ହୋଇପାରିବ । ଏହି ପ୍ରକାରେ ଧାର୍ମିକ ସହନଶୀଳତା ଏକ ବିଷୟବସ୍ତୁ ଅଟେ ଯେପରିକି ଧାର୍ମିକ ସଂଶ୍ଳେଷଣ, ଆପେକ୍ଷିକତାବାଦ, ଅନ୍ତର୍ଭୁକ୍ତିବାଦ, ଏବଂ ସର୍ବବ୍ୟାପକବାଦ ସଂପୂର୍ଣ୍ଣ ଅତିରିକ୍ତ ଅଟେ । ସହନଶୀଳତା ଉତ୍ତମ ଅଟେ କିନ୍ତୁ ଏହା ସତ୍ୟର ଏକ ମାନ ନିମନ୍ତେ ଆବଶ୍ୟକତାକୁ ସ୍ଥାନଚ୍ୟୁତ କରେ ନାହିଁ ଏବଂ କହିବାକୁ ଗଲେ ଈଶ୍ୱରଙ୍କ ନିକଟକୁ “ଅନେକ ପଥ” ବା ଉଚିତ୍ ପଥ ସବୁ ରହିଛି ଯେଉଁମାନେ କହିବେ କେବଳ “ ଗୋଟିଏ ପଥ” ଅଛି ସେମାନଙ୍କୁ ଏହା ଅସହ୍ୟ ଭାବରେ ଅଯୋଗ୍ୟ କରିବ । ଏହି ପ୍ରକାରେ ସହନଶୀଳତା ସମସ୍ତ ବସ୍ତୁର ମାପକାଠି ହୁଏ ନାହିଁ କିନ୍ତୁ ବଦଳରେ ସହିଷ୍ଣୁତା ଓ ପ୍ରେମରେ ସତ୍ୟ କହିବା ଅଟେ ।
ଶେଷରେ ବାଇବଲ୍ ବାକ୍ୟରେ କହିବାକୁ ଗଲେ ଦୁଇଟି ପଥ ରହିଛି ଯିଏ ପରସ୍ପରକୁ ପ୍ରତିରୋଧ କରନ୍ତି । ଗୋଟିଏ ପ୍ରଶସ୍ତ (ଅନେକ) ତାହା ବିନାଶକୁ ଘେନିଯାଏ ଅନ୍ୟଟି ସଂକୀର୍ଣ୍ଣ (ଗୋଟିଏ) ତାହା ଜୀବନକୁ ଘେନିଯାଏ । ଯେମିତି ଆମ୍ଭେମାନେ ଅଧିକାଂଶକୁ ଚାଲିବାକୁ ପାଦ ଦିଆଯାଇଛି, ସେମିତି ଆମ୍ଭମାନଙ୍କୁ କେଉଁ ପଥରେ ଯିବାକୁ ହେବ ପସନ୍ଦ କରିବାକୁ ଦିଆଯାଇଛି । ତୁମ୍ଭ ମାନଙ୍କ ପ୍ରତି ମୋର ଚନୌତି, କଣ ତୁମେ ପ୍ରଶସ୍ତ ପଥକୁ ଧରିବ ଯାହା ସମସ୍ତ ପଥକୁ ଏକତ୍ର କରିବ କିମ୍ବା କଣ ତୁମେ ସଂକୀର୍ଣ୍ଣ ପଥକୁ ଅନୁସନ୍ଧାନ କରି ଏବଂ ସେଠାରେ ସେଠାରେ ଚାଲିବାକୁ ସାହସ କରିବ ଯାହା ଜୀବନକୁ ଘେନି ଯାଏ ? ଯୀଶୁ କହିଲେ ମୁଁ ପଥ, ସତ୍ୟ ଓ ଜୀବନ ତାହାଙ୍କ ଦେଇ ନ ଗଲେ କେହି ଈଶ୍ୱରଙ୍କ ନିକଟକୁ ଯାଏ ନାହିଁ ।
ପରିଶେଷରେ ଈଶ୍ୱର ତୁମକୁ ସତ୍ୟକୁ ଅନ୍ଧ ଭାବରେ ଦରାଣ୍ଡିବାକୁ ଛାଡ଼ି ଦିଅନ୍ତି ନାହିଁ ମାତ୍ର ବଦଳରେ ଯେତେବେଳେ ତୁମେ ସଂପୂର୍ଣ୍ଣ ହୃଦୟତାର ସହ ଏବଂ ଆନ୍ତରିକ ଭାବେ ତାହାଙ୍କର ଅନ୍ୱେଷଣ କରିବ ତେବେ ଏକ ବିଶେଷ ପ୍ରକାଶନ ସହ ସେ ତୁମର ଚକ୍ଷୁ ଉନ୍ମୁକ୍ତ କରିବେ ।

ମାଥିଉ ୧୧:୨୮-୩୦
୨୮ ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ, ମୋ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି। ୧୯ ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି ମୋ ନିକଟରୁ ଶିଖ, କାରଣ ମୁଁ ମୃଦୁଶୀଳ ଓ ନମ୍ରଚିତ୍ତ, ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ । ୩୦ ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ୱାସ ।

 

 

ଚାରି ଆତ୍ମିକ ବିଧି

ହିନ୍ଦୁ ସାମଗ୍ରୀ

ଓଡ଼ିଆ-Oriya

All Paths Lead to God

Leave a Reply