ନୂତନ ଅବତାର ବା ପୁନଃ ପୁନଃ ନୂତନ ଶରୀର ଧାରଣ କରି ଜନ୍ମଗ୍ରହଣ ହେଉଛି, ପୂର୍ବ ଦେଶୀୟ ଧର୍ମମାନଙ୍କ ଚିନ୍ତା ପ୍ରସୂତ (ଧାରଣା, ଯେପରି ଏହା ପୂର୍ବ ଜନ୍ମର କର୍ମାନୁସାରେ ମୃତ୍ୟୁପର ଜୀବନରେ ଫଳପ୍ରାପ୍ତିର ଏକ ପଥ। ହିନ୍ଦୁମାନେ ଜୀବନକୁ ଜନ୍ମ, ମୃତ୍ୟୁ ଓ ପୂର୍ବଜନ୍ମ ମାନର ଏକ ଚକ୍ରାକାର ଗତିର ଧାରଣାରେ ଦୃଷ୍ଟିପାତ କରନ୍ତି ତାହା ସଂସାର ନାମରେ ପରିଚିତ, ଯାହା ସେମାନେ ପୂର୍ବବର୍ତ୍ତୀ ଜୀବନରେ ବ୍ୟକ୍ତିଗତ ଭାବେ କରିଥିବା ଠିକ୍ ବା ଭୁଲ୍ କାର୍ଯ୍ୟକଳାପର ସିଧାସଳଖ ଫଳ ରୂପେ ବିଚାରିତ ବା ବିବେଚିତ ହେଉଥିବା ମୋକ୍ଷ ବା ମୁକ୍ତିର ବାଞ୍ଛିତ ଲକ୍ଷ୍ୟରେ ପହଞ୍ଚିବାକୁ, ଯାହା ସଂସାର ଠାରୁ ଉଦ୍ଧାରର ଏକ ଆକାର ବା ପ୍ରକାର ଅଟେ । ତେଣୁ ହିନ୍ଦୁ ବ୍ୟକ୍ତିର ଚରମ ଲକ୍ଷ୍ୟ ପୂରଣ କରିବା ଲାଗି ସ୍ଥିତି ଲାଭର ଚକ୍ରରୁ ମୁକ୍ତି (ଯାହା ଗୋଲାକାର ଗତିରେ ଯାଏ ଓ ଆସେ) ସେଥିରୁ ପ୍ରାପ୍ତ ହେବାକୁ ହେବ ଯେପରି କୌଣସି ପ୍ରକାରେ ସିଦ୍ଧତା ପରିଷ୍କୃତ ହେବା ହାସଲ କରିବେ।
ଏହି ଶେଷ ସ୍ଥିତି ବା ପରିତ୍ରାଣର ଅବସ୍ଥା ହାସଲ କରିବାର କେତେକ ପଦ୍ଧତିମାନ ଆମେ ଯେତେବେଳେ ଜଣେ ବ୍ୟକ୍ତି ଜ୍ଞାନ, ଭକ୍ତି ଓ କର୍ମମାର୍ଗ ଉପରେ ଯୋଗ ସାଧନାର କମ୍ପନ ମଧ୍ୟ ଦେଇ ଗମନ କରେ ତାହାର ପ୍ରାଣ ବା ଆତ୍ମାକୁ ଶେଷରେ ବସ୍ତୁଗତ ସ୍ତରରୁ ମୁକ୍ତ କରିବାକୁ ସମର୍ଥ ହୁଏ ।
ଯାହା ବି ହେଉ ଏହି ପ୍ରକାର ବିଶ୍ୱାସ ପ୍ରମାଣିତ ହେବା ସମ୍ଭବପର ନୁହେଁ ଯଦ୍ୟଦି ଏହା ଅଭ୍ୟାସ କରିଥିବା ଲୋକମାନଙ୍କ ଦ୍ୱାରା ଗୃହିତ ହୋଇଛି ଓ ଆଲିଙ୍ଗନ କରାଯାଇଅଛି ସେମାନଙ୍କ ଧର୍ମବିଶ୍ୱାସର ସଂସ୍କୃତି ରୂପେ ପ୍ରକାଶିତ ହୋଇ । ଏବେ ମୁଁ ମୃତ୍ୟୁ ପରର ଜୀବନ ଉପରେ ପର୍ଯ୍ୟବେସିତ ଏକ ଲେଖା ବ୍ୟକ୍ତିବିଶେଷଙ୍କ ଓ ଡାକ୍ତରମାନଙ୍କ ସାକ୍ଷାତକାରମାନଙ୍କରେ ବ୍ୟବହାର କରିବାକୁ ଡାକ ଯୋଗେ ପ୍ରେରଣ କଲି । ଯେଉଁମାନେ ଭୂମଣ୍ଡଳ ବେଷ୍ଟନ କରିଥିଲେ ମୃତ୍ୟୁ ପରର ଜୀବନର ଅସାଧାରଣ ବିଷୟମାନଙ୍କ ପରୀକ୍ଷାସିଦ୍ଧ ବିବରଣର କିଛି ଗଠନକୁ ଅନ୍ୱେଷଣ କରିବା ଲାଗି ଏବଂ ସେମାନଙ୍କ ଗବେଷଣାକାରୀ ଲୋକମାନଙ୍କ ଉପରେ ନିର୍ଭର କରିଥିଲେ, ଯେଉଁମାନେ ଏହି ପରବର୍ତ୍ତୀ ଜୀବନ ବିଷୟକ ବାଇବଲ ବର୍ଣ୍ଣିତ ବିବରଣୀ ଦ୍ୱାରା ହୁଏତ ନାରୀୟ ବା ସ୍ୱର୍ଗୀୟ ସ୍ତରର ଅନୁଭୂତ ପ୍ରାପ୍ତ ହୋଇଥିଲେ, ପୁନଃ ପୁନଃ ଜନ୍ମଲାଭର ମାଧ୍ୟମ ଦ୍ୱାରା ଅସ୍ଥାୟୀ ଭାବେ ବିଚାରି ହେବାର ମଧ୍ୟବର୍ତ୍ତୀ ସ୍ଥଳ ପରଗେଟୋରୀରେ ହେବା ବିଶ୍ୱାସ କରିବା ପରିବର୍ତ୍ତେ ।
ଆରମ୍ଭ କରିବାକୁ ଏହା ସହିତ ମୁଁ ବିଶ୍ୱାସ କରେ ହିନ୍ଦୁଧର୍ମ ମତ, ମନ୍ଦିର ସମସ୍ୟା ସ୍ୱୀକାର କରି ବାସ୍ତବତାର ପରିଣାମ ସବୁ ଜାଣିପାରେ ତଥାପି ସେମାନଙ୍କ ଧାରଣା । ଏହାର କାର୍ଯ୍ୟକାରୀ ହେବା ପ୍ରକ୍ରିୟା କିପରି ଏ ବିଷୟକ ସଂଗୃହୀତ ବିବରଣୀରେ ପ୍ରଭେଦ ଦେଖାଯାଏ ମୃତ୍ୟୁ ନିକଟବର୍ତ୍ତୀ ଅନୁଭୂତ ମାନର ଲିପିବଦ୍ଧ ବିବରଣୀ ହେତୁ, ତାହା ମୁଁ ପୂର୍ବରେ ପ୍ରକାଶ କରିଥିଲି ବାଇବଲରେ ଲିପିବଦ୍ଧ ବିବରଣୀ ସହିତ ।
ରୋମୀୟ ୧ ଓ ୨ରେ ଏହା ପ୍ରକାଶ କରେ ଯେ ଈଶ୍ୱର କିପରି ମନୁଷ୍ୟ ଜାତିଙ୍କୁ ଏକ ନୈତିକ କମ୍ପାସ୍ (ଦିଗ ନିର୍ଣ୍ଣୟ ଯନ୍ତ୍ର) ଦେଇ ଅଛନ୍ତି ଯାହା ଆମ ବ୍ୟକ୍ତିତ୍ୱର ମୁଖ୍ୟ ଆକୃତିରେ ହସ୍ତତାର ଖଚିତ ଏକ ଆତ୍ମିକ ବାରୋମିଟର (ତାପ ନିର୍ଣ୍ଣୟ ଯନ୍ତ୍ର) ପରି ଭୁଲ ଓ ଠିକ୍ ସୂଚାଏ ପାପର ସ୍ୱଭାବ ଓ ନ୍ୟାୟ ବା ବିଚାର ବିଷୟକ ଧାରଣା ଆମ୍ଭମାନଙ୍କୁ ପ୍ରଦାନ କରିବାକୁ । ଏହି ଜ୍ଞାନ ସାଧାରଣ ଓ ଏହା ହିଁ ଆମ୍ଭମାନଙ୍କୁ ମାନବରେ ପରିଣତ କରେ ତଥାପି ଏହା ଏହି ନୈତିକ ଦ୍ୱନ୍ଦ୍ୱର ବାହାରେ କାର୍ଯ୍ୟ କରୁଅଛି ଯାହା ଖ୍ରୀଷ୍ଟୀୟ ବିଶ୍ୱାସ ଓ ହିନ୍ଦୁ ଚିନ୍ତା ମଧ୍ୟରେ ବ୍ୟତିକ୍ରମ ଗତିଚ୍ୟୁତି ସୃଷ୍ଟି କରେ, ଏହି ଆଭ୍ୟନ୍ତରୀଣ ଜ୍ଞାନର ଶେଷ ବା ଉପସଂହାର ଭାବଧାରାକୁ ପ୍ରୟୋଗ କରିବାରେ ।
ବାଇବଲ ସପକ୍ଷତା ଦିଏ ଯେ ଜଣେ ମନୁଷ୍ୟ ଥରେ ମରିବ ଓ ତାହା ପରେ ବିଚାରର ସମ୍ମୁଖୀନ ହେବ, ଯେତେବେଳେ ହିନ୍ଦୁ ଆତ୍ମାର ବା ପ୍ରାଣର ଜନ୍ମାନ୍ତର ବା ଦେହାନ୍ତର ପ୍ରାପ୍ତିରେ ବିଶ୍ୱାସ କରେ ଯାହା ଜଣକର ସ୍ଥିତିର ନୂତନୀକରଣ ମଧ୍ୟକୁ କଢ଼ାଇ ନିଏ ଯାହା ଏକ କାରଣ ଓ ସମ୍ପର୍କର ପ୍ରଭାବିତ ପ୍ରକାରରୁ ଉତ୍ପନ୍ନ ତାହା ଆଶାପୂର୍ଣ୍ଣ ଭାବେ ଏକ ବ୍ୟକ୍ତିର ଆକାଂକ୍ଷିତ ଅବସ୍ଥା ମଧ୍ୟକୁ ଶୀଘ୍ର ବା ବିଳମ୍ବରେ ଶେଷ ସୀମାରେ ପହଞ୍ଚିବ। ହିନ୍ଦୁ ଧର୍ମ ବିଷୟକ ଜଗତ ଧାରଣା ବିଷୟରେ ମୁଁ କେତେକ ସମସ୍ୟା ମାନ ଉପଲବ୍ଧି କଲି ଯାହା ମୁଁ ବିଶ୍ୱାସ କରେ ଯେ ମାନବ ଜୀବନର ପବିତ୍ରତା ପ୍ରତି ଏହା ବିବାଦ ବା ବିରୋଧକାରୀ ହୁଏ, ଯେପରି କେତେକ ପଶୁ ଓ ବୃକ୍ଷମାନଙ୍କୁ ମାନବ ଅପେକ୍ଷା ଅଧିକ ରୁଚିପୂର୍ଣ୍ଣ ବ୍ୟବହାର ଓ ସମ୍ମାନ କରିବା ଦ୍ୱାରା ।
ମୁଁ ଯାହା ଉଲ୍ଲେଖ କରିବାକୁ ଚାହେଁ ତାହା ହେଉଛି ଯେଉଁ ଲୋକମାନଙ୍କୁ ଚିହ୍ନ ଦିଆଯାଇଅଛି ଓ ଶ୍ରେଣୀଭୁକ୍ତ କରାଯାଇଅଛି ଦଳିତ ବା “ଅସ୍ପୃଶ୍ୟ” ରୂପେ, ଯେଉଁମାନେ ଭାରତର ଜନସଂଖ୍ୟାର ପ୍ରାୟ ପଞ୍ଚମ ସ୍ଥାନ ପୂରଣ କରନ୍ତି ।
ଏହି ପ୍ରକାର ଜାତିବାଦ ଯାହାକି କେତେକ ଘଟଣାରେ କ୍ରିତଦାସ ପ୍ରଥା ପରି ହୋଇ ଆସିଅଛି ପୂର୍ବବର୍ତ୍ତୀ ସମୟରେ ସରକାରଙ୍କ ଦ୍ୱାରା ତାହା ନିୟମରୁ ବହିଷ୍କାର କରି ଦିଆଯାଇଥିଲା । ମାତ୍ର ଏହା ବେନିୟମ ଭାବ ଭାରତୀୟ ସମାଜ ମଧ୍ୟରେ ହିନ୍ଦୁ ଲୋକମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଦ୍ୱାରା ଗୃହୀତ ହୋଇ ଚାଲିଅଛି ।
ପ୍ରକୃତରେ ଏହା ଧର୍ମ ଉତ୍ପୀଡ଼ନ ସମାଜର ରାଜନୈତିକ ଓ ସାମାଜିକ ଗଠନ ସବୁ ଏହି ସବୁ ବ୍ୟକ୍ତିଗୁଡ଼ିକଙ୍କ ଉପରେ ନିର୍ଭର କରିବା ଦ୍ୱାରା ଆୟତ୍ତ କରିବାକୁ ସାହାଯ୍ୟ କରେ। ସେମାନେ ଦାସ ଭାବରେ ସେମାନଙ୍କ ସଂସ୍କୃତିର ସଫଳତାର ସପକ୍ଷରେ ନିଚ୍ଚ ସ୍ତରର କାର୍ଯ୍ୟ ସବୁ ସମ୍ପାଦନ କରି ଥାଆନ୍ତି ଏବଂ ସେଥିପାଇଁ ଏହି ନୀଚ୍ଚ ଜାତିର ସଭ୍ୟମାନଙ୍କ ପ୍ରତି ନିଚ୍ଚ ଓ କଠୋର ବ୍ୟବହାର ପ୍ରଦର୍ଶନ ଆବଶ୍ୟକୀୟ ମନ୍ଦତା ଭାବେ ସରକାର ସହ୍ୟ କରିଅଛି ।
ଏହି ଲୋକମାନେ ଏକ ନୀଚ୍ଚ ସ୍ଥାନରେ ଜୀବନରେ ଜନ୍ମ ହୋଇ ଆସିଛନ୍ତି ସେମାନଙ୍କ ମନ୍ଦ କର୍ମର ପରିଣାମ ହେତୁ ବୋଲି କୁହାଯାଏ ସେଥିପାଇଁ ଉତ୍ପୀଡ଼ନର ଏହି ଅଦୃଷ୍ଟବାଦ ଅନୁସାରେ ବାସସ୍ଥଳୀ ଏହାର ଫଳ ଭୋଗ କରୁଅଛନ୍ତି । ତଥାପି ମୁଁ ଚିନ୍ତା କରେ, କିପରି ଅହିଂସାର ହିନ୍ଦୁ ଦର୍ଶନ ସମାଜର ନିକୃଷ୍ଟ ସ୍ତରର ଏହି ବ୍ୟକ୍ତିମାନଙ୍କ ପ୍ରତି ଏହାର କ୍ଷତି ନ କରିବା ନୀତିକୁ ଉପେକ୍ଷା କରିପାରେ ।
ଖ୍ରୀଷ୍ଟିୟାନ୍ ମିଶନେରୀମାନେ ଖ୍ରୀଷ୍ଟଙ୍କ ପ୍ରେମ ଏହି ଦଳିତମାନଙ୍କ ନିକଟରେ ପ୍ରକାଶ କରିଅଛନ୍ତି, ସେମାନଙ୍କୁ ଈଶ୍ୱର ସମସ୍ତ ମାନବଜାତିଙ୍କୁ ପ୍ରଦାନ କରିଥିବା ଉଚ୍ଚ ଧାରଣା ପ୍ରଦର୍ଶନ କରିଅଛନ୍ତି ଏବଂ ହିନ୍ଦୁ ମୌଳବାଦୀ ବା ମୌଳିକ ହିନ୍ଦୁମାନେ ଏହି ପ୍ରଚେଷ୍ଟା ବିରୁଦ୍ଧରେ ବିଦ୍ରୋହ କରି ଅଛନ୍ତି ଏହି ଅହିଂସା ପରିତ୍ୟାଗ କରିବା ଲାଗି ଉଭୟ ଖ୍ରୀଷ୍ଟିୟାନ୍ ଦଳିତ ଓ ମିଶନେରୀ ଆକ୍ରମଣ କରିବା ଦ୍ୱାରା ।
ତଥାପି ସେମାନେ ଯାହା ବିରୋଧ କରୁଅଛନ୍ତି ସେମାନଙ୍କ ନୀତିର ସୁରକ୍ଷା ଉପରେ କର୍ତ୍ତୃତ୍ୱ ହରାଇବା ସେଥିରେ ଦେଖାଯାଇଛି ଏବଂ ସେମାନେ ହିଂସା ଓ ଭୟ ଦେଖାଇବା କୌଶଳ ମାନ ଉପରେ ନିର୍ଭର କରୁଛନ୍ତି ଯାହାକି ସେମାନଙ୍କ ଧର୍ମମତ ସବୁର ବିରୋଧ କରେ ଯେଉଁ ମତ ସେମାନଙ୍କୁ ଶାନ୍ତିବାଦୀ ରୂପେ ପ୍ରଦର୍ଶିତ କରିବ।
କେତେକ ହିନ୍ଦୁ ମାନଙ୍କୁ ଅହିଂସା କହିଲେ ମାଂସ ଖାଇବାରୁ ବିରତ କରିବା ଓ ବଳିଦାନ କରିବାରୁ କ୍ଷାନ୍ତ ହେବା ବୁଝାଏ । ତଥାପି ଏହି ନାମଧାରୀ ନୀଚ୍ଚ ଜାତିର ଲୋକମାନଙ୍କ ମଧ୍ୟରେ ହିନ୍ଦୁଧର୍ମର ଦେବଦେବୀଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରିବା ଗୃହୀତ ହୋଇଅଛି କି ?
ଅନ୍ୟ ଏକ ବିବାଦ ବିଷୟ ମଧ୍ୟ ହିନ୍ଦୁ ଚିନ୍ତାରେ ଭୁଲ ଧାରଣା ବା କଳ୍ପନା (ଅନୁମାନ) ହେଉଛି ଯେ ମାନବ ଜୀବନ ଅସୀମତାର ପୂର୍ବାବସ୍ଥାକୁ ଫେରିଯିବ ଓ ତଥାପି ଅନ୍ୟ ପକ୍ଷରେ ହିନ୍ଦୁବିଶ୍ୱାସ ଏକ ସସୀମ ପୃଥିବୀର ପକ୍ଷରେ ଅଛି । ବିଜ୍ଞାନ ମଧ୍ୟ ଏକ ସସୀମ ବିଶ୍ୱର ସ୍ଥାନ ବିଷୟରେ ଦୂରବୀକ୍ଷଣ ମାଧ୍ୟମରେ ଜାଣି ପ୍ରକାଶ କରିଅଛି । ସାର୍ବଜନୀନ ବିସ୍ତୃତିକରଣର ଚାଲୁ ରହିଥିବା ପର୍ଯ୍ୟବେକ୍ଷଣ ଦ୍ୱାରା ଯାହା “ବିଗ୍ ବ୍ୟାଙ୍ଗ୍” ନାମ ଦିଆଯାଇ ପ୍ରଥମାବସ୍ଥାରୁ ଉତ୍ପନ୍ନ ବା ଆରମ୍ଭ ହୋଇଅଛି ।
ମାନବାତ୍ମାର ଏକ ସସୀମ ସ୍ଥିତିର ବାସ୍ତବତା ମଧ୍ୟରେ ଉପସ୍ତିତି ଅନୁମାନ ବା କଳ୍ପନା କରିବା କେବଳ ଅଜ୍ଞାନତା ବା ମୁର୍ଖତା ଅଟେ ।
ସେଥିପାଇଁ ଯଦି ଜୀବନ ସୀମିତ ହେବାକୁ ଅନ୍ତର୍ନିହିତ ଭାବେ ନିର୍ଦ୍ଧାରିତ ତେବେ ପ୍ରଥମ ମାନବ କିପରି ଦେଖାଗଲେ ଓ ସେମାନେ କିପରି କର୍ମର ସୃଷ୍ଟି କ୍ରିୟାର ବାସ୍ତବ ସ୍ତରରେ ଅଂଶୀ ହେବାକୁ ଆସିଲେ ଯଦି ସେ ମାନେ ପୂର୍ବରୁ ସ୍ଥିତି ଲାଭ କରି ନ ଥିଲେ । ଅନ୍ୟ ଭାଷାରେ ପ୍ରଥମେ ଜନ୍ମ କଣ ବିବେଚନା କରିବା ଆବଶ୍ୟକ, ଅସ୍ତିତ୍ୱ ନ ଥିବା ବା ସ୍ଥିତି ଲାଭ କରୁ ନ ଥିବା ଜଣକ ଦ୍ୱାରା ପୂର୍ବରୁ କିଛି କାର୍ଯ୍ୟ କରାଯାଇନାହିଁ? ଈଶ୍ୱର କଣ ଏତେ ପ୍ରଚଣ୍ଡ ଭାବେ ଆଘାତ ପ୍ରାପ୍ତ ହେଲେ ବର୍ତ୍ତମାନ ଆମ୍ଭେମାନେ ତାହାଙ୍କର ଖଣ୍ଡବିଖଣ୍ଡକୁ ମୋକ୍ଷ ପାଇବାର ପ୍ରୟାସରେ ଏକତ୍ର କରୁଅଛୁ ?
ଏଣୁ ଯଦି ପ୍ରମାଣ ସମୟର ଏକ ଆରମ୍ଭ ବିନ୍ଦୁ ଆଡ଼କୁ ପଏଣ୍ଟ କରେ, ଜୀବନକୁ ଯେଭଳି ଭାବେ ଆମେ ଜାଣୁ କିପରି ଏହା ଆରମ୍ଭ ହୋଇଛି ଏବଂ ଯଦି କର୍ମଚକ୍ରର ପରିଣାମ ହେଉଛି ଜନ୍ମ ତେବେ ପ୍ରଥମ ଜନ୍ମ କେଉଁ ପ୍ରକାରେ ହୋଇଛି ।
କର୍ମରେ ସମ୍ବନ୍ଧିତ ଆଉ ଏକ ବିଷୟଟି ହେଲା କ୍ରିୟା ନିମନ୍ତେ ତୁମେ କେଉଁ ପ୍ରକାରେ ଦାୟୀ ହୋଇ ପାରିବ ଯାହାକି ତୁମେ ତୁମର ଭବିଷ୍ୟତ ଜୀବନର ଅଜ୍ଞାତ ଅଟ କିମ୍ବା କେମିତି ଜାଣି ପାରିବ କି ଭବିଷ୍ୟତର ଗଠନ ନିମନ୍ତେ ତୁମେ ଏହି ଜୀବନରେ ଯଥେଷ୍ଟ କର୍ମ କରିଅଛ ? କିଏ ଜାଣିଛି କିଏ କେଉଁଠି ଅଛି ଓ କିଏ କେଉଁଠାକୁ ଯାଉଛି ଏବଂ ପରିଶେଷରେ କିଏ କେଉଁଠାରେ ସମାପ୍ତ ହେବ ? ଏହା କେବଳ ଜଣେ ବ୍ୟକ୍ତିଙ୍କୁ ଆଶାହୀନତାର ଆକୃତିକୁ କଢ଼ାଇ ନିଏ । ଶେଷରେ ବ୍ୟକ୍ତି ଜଣକ ଗୋଟିଏ ସଂକଳ୍ପିତ ଯୋଜନା ବିନା ଛଡ଼ା ଯାଇଛି ତାହା ସେମାନଙ୍କୁ ମୋକ୍ସାର ଜଟିଳ ଉପାଦାନ ବା elements କୁ ପ୍ରାପ୍ତ କରିବାରେ ସୁରକ୍ଷା କରିବ ।
ପୁଣି ସେମାନଙ୍କର ଆଶାହୀନତା ବିଷୟରେ କଣ ଅଟେ ଯେଉଁମାନେ ନିମ୍ନ ଆକାରରେ ଜନ୍ମିବେ ଯେପରିକି କୀଟ ଏବଂ ପଶୁମାନେ ଯେଉଁମାନଙ୍କର କି ଯୋଗାର ଦାୟିତ୍ୱକୁ ପ୍ରତିପାଦନ କରିବାର କ୍ଷମତା ନାହିଁ କିମ୍ବା ଜଣେ ବ୍ୟକ୍ତି ନିମନ୍ତେ କଣ ଆଶା ରହିଛି ଯିଏ ଏକ ନର୍ଦ୍ଦମା ମୂଷା ସଦୃଶ ସେମାନଙ୍କ ଭବିଷ୍ୟତ ଜୀବନକୁ ଅନୁଧ୍ୟାନ କରୁଛି ।
ଯଦି ଭାରତୀୟ ସଂସ୍କୃତି ଶୀର୍ଷବିନ୍ଦୁ ଏବଂ ପୃଥିବୀର ଆତ୍ମିକ କେନ୍ଦ୍ରସ୍ଥଳ ଅଟେ ଯାହା ଗୁରୁମାନଙ୍କର ନିପୁଣତାର ସାନ୍ନିଧ୍ୟ ଲାଭରୁ ହୋଇଅଛି, ତେବେ କାହିଁକି ଗୋଟିଏ ଜ୍ଞାନପ୍ରାପ୍ତ ସମାଜର ବିଚାର ଉପରେ ଆଧାରିତ, କଣ ଭାରତରେ ବହୁତ କର୍ମ ଅଧାରୁ ଅଧିକ ବିଷୟ ଏହି ବିଶ୍ୱାସର ମୂଳ କାରଣ ଅଟେ ।
ଶେଷରେ ଏହା ମୋତେ ଦୃଷ୍ଟିଗୋଚର ହୁଏ କି ବିଶ୍ୱାସର ଏହି ବିଖଣ୍ଡିତ ଚକ୍ର ପୂଜକମାନଙ୍କର ବୋଝକୁ ଉଠାଇ କିମ୍ବା ସାହାଯ୍ୟ କରି ପାରିବ ନାହିଁ ଯିଏ ହିନ୍ଦୁତ୍ୱବାଦର ପବିତ୍ର ଗାଇକୁ ଲଗାମ କରିଅଛି ଯାହକି ଏହାର ଅନ୍ତିମ ବା ଶେଷ ଲକ୍ଷ୍ୟସ୍ଥଳକୁ ସେମାନଙ୍କୁ କଢ଼ାଇ ନେବାର ଆଶାରେ ଗୁରୁମାନଙ୍କ ରାଜୁତିରେ ପରିଚାଳିତ ହୋଇଛି ।
ପୁଣି ପୁନର୍ବାର ଏହି ସଂପୂର୍ଣ୍ଣ ପ୍ରକ୍ରିୟା କେବଳ ଏକ ଭ୍ରମାତ୍ମକ ମରୀଚିକା କିମ୍ବା ମାୟା ଅଟେ ତାହା ଏକ ଦର୍ଶନଶାସ୍ତ୍ର ବିଶ୍ୱାସ କରୁଥିବା ଜଣେ ବ୍ୟକ୍ତିକୁ ବିଶ୍ୱାସଘାତ କରିବାକୁ ପ୍ରେରଣା କରାଗଲା ମାତ୍ର ତାହାର କୌଣସି ପ୍ରକୃତ ବାସ୍ତବତା ନାହିଁ ।
ଶେଷରେ ମୁଁ ଜାଣେ ମୁଁ କେତେକ କଠିନ ବିଷୟ କହିଛି ଏବଂ ମୁଁ ମୋର ହିନ୍ଦୁ ବନ୍ଧୁମାନଙ୍କର ଅନାଦରପୂର୍ଣ୍ଣ ହେବାକୁ ଇଚ୍ଛା କରେ ନାହିଁ କିନ୍ତୁ ସେମାନଙ୍କର ବିଶ୍ୱାସର ସଂସ୍କୃତି ସୀମା ବାହାରେ ଚିନ୍ତନ କରିବାକୁ ମୁଁ ସେମାନଙ୍କୁ ଆହ୍ୱାନ କରେ ତାହା ସେମାନଙ୍କୁ ସେମାନଙ୍କର ବିଶ୍ୱାସର ଧାର୍ମିକ ଶୈଳୀର ଅନୁଧ୍ୟାନରୁ ଦୂରରେ ରଖିଅଛି । ଯଦି ଏହି ଲେଖାରୁ ମୁଁ କାହାକୁ ଅପମାନ କରିଅଛି ତେବେ ପୁନର୍ବାର ମୁଁ ଦୁଃଖିତ ଅଟେ ତଥାପି ବିନା ଏହି ପ୍ରକାରେ କାହାକୁ ଆହ୍ୱାନ କରିବା ସହଜ ସାଧ୍ୟ ନୁହେଁ ଏବଂ ମୁଁ ପୂର୍ଣ୍ଣ ଆଶା କରେ ଯେ ତୁମେ ତୁମର ବିଶ୍ୱାସ ନିମନ୍ତେ ସତ୍ୟର ଯଥାର୍ଥତାକୁ ପ୍ରତିଫଳିତ କରିବାକୁ ଆତ୍ମିକ ଯାତ୍ରାର ସମୟକୁ ବାହାର କର।
ପରିସମାପ୍ତିରେ ମୁଁ ବିଶ୍ୱାସ କରେ ଯୀଶୁ ଯାହା ପ୍ରଦାନ କରନ୍ତି ସେଥିରେ ସମସ୍ତ ଲୋକମାନଙ୍କ ନିମନ୍ତେ ଆଶା ଅଛି କିନ୍ତୁ ଏହା କର ଏବଂ ଏହା କର ନାହିଁ ଏହି ପ୍ରକାର ଧାର୍ମିକ କାର୍ଯ୍ୟ ଦ୍ୱାରା ନୁହେଁ, ମାତ୍ର ବଦଳରେ ସରଳତାର ସହ ତାହାଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟ ଭରସା କରିବାଦ୍ୱାରା ଯାହା ତୁମକୁ ତୁମର ଦୋଷୀ ବିବେକର ଦୋଷରୁ ଏବଂ ଆତ୍ମାର ଶୂନ୍ୟତାରୁ ମୁକ୍ତ କରିବ, ପୁନଜନ୍ମର ବିଚାରରୁ ବାହାର କରି ଏକ ନୂତନ ଜନ୍ମ ଆଡ଼କୁ ଘେନିଯିବ ।
ମାଥିଉ ୧୧:୨୮-୩୦ରେ ଯୀଶୁ କହୁଲେ, ୨୮ “ ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି । ୨୯ ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି ମୋ ନିକଟରୁ ଶିଖ, କାରଣ ମୁଁ ମୃଦୁଶୀଳ ଓ ନମ୍ରଚିତ୍ତ ।ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ । ୩୦ ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ୱାସ ।”
Copyright permission by Bridge-Logos “The School of Biblical Evangelism”
Copyright permission by Random House Inc./Multnomah on New Birth or Rebirth by Ravi Zacharias